ହମାସ୍‌କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍‌

ଜେରୁଜେଲମ୍‌,୬ା୧୧: ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍‌ ସହିତ ଛିଡ଼ା ହୋଇଥିବା ଜଣାପଡ଼ିଛି।

ପାକିସ୍ତାନର ଜାମିଆତ୍‌ ଉଲେମା-ଇ-ଇସ୍‌ଲାମ-ଫଜଲ (JUI-F) ଦଳର ମୁଖ୍ୟ ମୌଲନା ଫଜଲୁର ରେହମାନ କତାରରେ ହମାସ୍‌ର ମୁଖ୍ୟଙ୍କୁ ଭେଟି ସମର୍ଥନ ଜଣାଇଥିଲେ।

ଜେୟୁଆଇ-ଏଫ୍‌ ଦଳର ନେତାନ ହମାସ୍‌ ନେତାଙ୍କ ସହ ଆଲୋଚନା କରିବା ପରେ ସମର୍ଥନକୁ ନିଶ୍ଚିତ କରିଛନ୍ତି ଏବଂ ଇସ୍ରାଏଲର ଅନ୍ୟାୟ ବିରୋଧରେ ଏକଜୁଟ ହେବା ମୁସଲମାନ ଜଗତର କର୍ତ୍ତବ୍ୟ ବୋଲି କହିଛନ୍ତି।

Share