ପ୍ୟାରିସରେ ଜୁନ୍ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏଫ୍ଏଟିଏର ଭର୍ଚୁଆଲ୍ ସେସନରେ ଏସିଆ-ପାସିଫିକ୍ ଗ୍ରୁପ୍ ପାକିସ୍ତାନ ଉପରେ ପ୍ରଦାନ କରିଥିବା ରିପୋର୍ଟର ସମୀକ୍ଷା କରାଯାଇଛି। ଏଫଏଟିଏ ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରହିବା ଯୋଗୁ ପାକିସ୍ତାନକୁ ପ୍ରାୟ ୨.୮୦ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ବର୍ତ୍ତମାନ ପାକିସ୍ତାନକୁ ମଧ୍ୟ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ସହ ଅନ୍ୟ ସଂସ୍ଥାରୁ ଆର୍ଥିକ ସହାୟତା ମିଳିବା କଷ୍ଟକର ହୋଇପଡ଼ିବ।