Categories: ଖେଳ

ମା’ଙ୍କ ପାଇଁ ଚିନ୍ତାରେ ବାବର

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ଧାରା ଜାରି ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏବେ ମାନସିକ ଚାପରେ ଅଛନ୍ତି। ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିଲା ବେଳେ ବାବରଙ୍କ ମା’ ଭେଣ୍ଟିଲେଟରରେ ଥିଲେ। ଏ ନେଇ ତାଙ୍କ ବାପା ଶନିବାର ସୂଚନା ଦେଇଛନ୍ତି।

ଭାରତ ପକ୍ଷରୁ ଧାର୍ଯ୍ୟ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ବାବର ୬୮ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ସାଥି ଓପନର ମହମ୍ମଦ ରିଜଓ୍ବାନଙ୍କ ଅପରାଜିତ ୭୯ ରନର ପାଳି ଯୋଗୁ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା।

ବାବରଙ୍କ ବାପା ଆଜାମ ସିଦ୍ଦିକି ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଅତ୍ୟନ୍ତ ମାନସିକ ଚାପରେ ଥାଇ ବାବର ଚଳିତ ସପ୍ତାହରେ ୩ ମ୍ୟାଚ୍‌ ଖେଳିଥିଲେ। ମୋ ଦେଶ ପାଇଁ କିଛି ସତ୍ୟତା ଜାଣିବାର ସମୟ ଆସି ଯାଇଛି। ଯେଉଁ ଦିନ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳାଯାଇଥିଲା, ସେହି ଦିନ ବାବରଙ୍କ ମା’ ଭେଣ୍ଟିଲିଟରରେ ଥିଲେ।

Share