Categories: ଖେଳ

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୮।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଗ୍ରୁପ ପର୍ଯ୍ୟାୟରେ ଖେଳାଯାଇଛି। କିନ୍ତୁ ବର୍ଷା ପ୍ରଶଂସକଙ୍କୁ ପୁରା ମ୍ୟାଚ ଉପଭୋଗ କରିବାକୁ ଦେଇ ନ ଥିଲା। ଏବେ ଉଭୟ ଦଳ ସୁପର-୪ରେ ଥରେ ମୁହାଁମୁହିଁ ହେବେ। ଏହି ମହାନ ମ୍ୟାଚ ପୂର୍ବରୁ ପାକିସ୍ତାନୀ ଅଧିନାୟକ ବାବର ଆଜମ କହିଛନ୍ତି ଯେ, ଭାରତ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ସେ ନିଜର ଶତପ୍ରତିଶତ ଦେବେ।
ଉଭୟ ମଧ୍ୟରେ ମ୍ୟାଚ ୧୦ ସେପ୍ଟେମ୍ବର ରବିବାର ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। ଏହି ମ୍ୟାଚ ସମ୍ପର୍କରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ କହିଛନ୍ତି, ଆମେ ସବୁବେଳେ ବଡ଼ ମ୍ୟାଚ ପାଇଁ ପ୍ରସ୍ତୁତ ଅଛୁ। ଭାରତ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଆମେ ଆମର ଶତପ୍ରତିଶତ ଦେବୁ।
ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ପାକିସ୍ତାନର ବୋଲିଂ ପୁଣିଥରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇପାରେ। ପ୍ରଥମ ଇଣ୍ଡୋ-ପାକ ମ୍ୟାଚରେ ପାକିସ୍ତାନର ଗତି ଆକ୍ରମଣ ଆଗରେ ଭାରତୀୟ ଟପ ଅର୍ଡର ସମ୍ପୂର୍ଣ୍ଣ ଅସହାୟ ମନେ ହେଉଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ହିଁ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ରାସ୍ତା ଦେଖାଇଥିଲେ। ଏଭଳି ପରିସ୍ଥିତିରେ ଥରେ ପାକିସ୍ତାନର ବୋଲିଂ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ।

Share