ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪ା୫: ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଧରିଛି। ଏହି ଡଙ୍ଗାରେ ୮ ଜଣ ସଦସ୍ୟ ଥିଲେ। ଏହି ଡଙ୍ଗାର ନାମ ‘ଅଲ କିର୍ମାନି’।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ମତ୍ସ୍ୟଜୀବୀମାନେ ଭାରତର ସାମୁଦ୍ରିକ ସୀମା ନିକଟରେ ମାଛ ଧରୁଥିଲେ। ଏହି ସମୟରେ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ଚଳାଇଥିଲା।

ଗୁଜରାଟର ଭୂଜସ୍ଥିତ ହରାମି ନାଲା ଅଞ୍ଚଳରୁ ମେ’ରେ ବିଏସ୍‌ଏଫ୍‌ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଜବତ କରିଥିଲା। ଏହି ଅପରେଶନ ପରେ ପାକିସ୍ତାନ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳିଚାଳନା କରିଛି। ମେ’ ୨ରେ ମଧ୍ୟ ଗୁଜୁରାଟର ଏଟିଏସ୍‌ ଏବଂ ଇଣ୍ଡିଆନ କୋଷ୍ଟଗାର୍ଡର ଏକ ଟିମ୍‌ ଭାରତର ଉପକୂଳ ଆଇଏମ୍‌ବିଏଲ୍‌ଠାରୁ ‘ଅଲ ହଜ’ ନାମକ ଏକ ଡଙ୍ଗାକୁ ଅଟକାଇଥିଲା, ଯେଉଁଥିରୁ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଥିଲା।

Share