Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ,୨୧।୧: ପାକିସ୍ତାନ ପକ୍ଷରୁ ଗୁରୁବାର ପୁଣି ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏହି ଘଟଣା ଘଟିଛି। ଶହୀଦ ଯବାନ ଜଣକ ହାବିଲଦାର୍‌ ର୍ନିମଲ ସିଂହ ବୋଲି ସେନା ପକ୍ଷରୁ କୁହାଯାଇଛି। ଏକ ବିବୃତିରେ କୁହାଯାଇଛି, ଗୁରୁବାର ପୁଞ୍ଚ ଜିଲାର କୃଷ୍ଣ ଘାଟି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିଲା। ପାକିସ୍ତାନ ପଟୁ ଗୁଳି ଚାଳନା ହେବାରୁ ଭାରତୀୟ ଯବାନ ଏହାର ଜବାବ ଦେଇଥିଲେ। ଏହି ଘଟଣାରେ ହାବିଲଦାର ର୍ନିମଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Share