ଗୋପନୀୟ ତଥ୍ୟ ଲିକ୍‌ ମାମଲା: ଇମ୍ରାନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ, ୨୨।୧୨: ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୂଦ କୁରୈଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ନେତାଙ୍କୁ ୧୦ଲକ୍ଷ ଟଙ୍କା ମୁଚଲିକାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସର୍ଦ୍ଦାର ତାରିକ ମସୂଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି।

Share