ପାକିସ୍ତାନରେ ଜଣେ ମୌଲାନାଙ୍କୁ ହତ୍ୟା, ବିନା ପ୍ରମାଣରେ ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ ଖାନ୍‌

ଇସଲମାବାଦ,୧୧।୧୦: ପାକିସ୍ତାନର କରାଚିରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାନଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକୁ ସବୁଆଡେ ସମାଲୋଚନା କରାଯାଉଛି। ଏହି ଘଟଣା ଦେଶରେ ଶିଆ ଏବଂ ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବାର ଏକ ପ୍ରୟାସ ବୋଲି କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାରେ ଭାରତ ଉପରେ ଦୋଷ ଲଦିଛନ୍ତି। କିନ୍ତୁ ଏଥିରେ କୌଣସି ପ୍ରମାଣ ନାହିଁ। କରାଚିରେ ଥିବା ଜାମିଆ ଫାରୁକିଆ ମାଦ୍ରାସର ମୁଖ୍ୟ ମୌଲାନା ଡାକ୍ତର ଆଦିଲ ଖାନଙ୍କୁ ଶନିବାର ଆକ୍ରମଣ କରାଯାଇଥିଲା। ପୋଲିସର ସୂଚନାନୁସାରେ, ଏକ ଶପିଂ ସେଣ୍ଟର ନିକଟରେ ଆଦିଲ ଖାନଙ୍କୁ ନେଇ ଯାଉଥିବା କାର ଅଟକି ଥିବା ସମୟରେ ବାଇକ୍‌ରେ ଯାଉଥିବା କିଛି ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାରେ ତାଙ୍କ ଡ୍ରାଇଭର୍‌ଙ୍କ ମଧ୍ୟ ମୃତ୍ୟୁ ଘଟିଛି।

Share