Categories: ଜାତୀୟ

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌

କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍‌ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ ଏହି ଅଭିଯୋଗ କରିବା ସହ ବିଶ୍ୱ ସମୁଦାୟ ଏ ଦିଗରେ ନୀରବ ଦ୍ରଷ୍ଟା ସାଜିଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାସୁଦ୍‌ କହିଛନ୍ତି, ତାଲିବାନ୍‌ ଅଗଷ୍ଟ ୧୫ରେ କାବୁଲ ଦଖଲ କରିବା ପରଠାରୁ ପାକିସ୍ତାନ ପଞ୍ଜଶିରରେ ଆକ୍ରମଣ କରୁଛି। ପଞ୍ଜଶିରରେ ରହୁଥିବା ମାସୁଦଙ୍କ ପରିବାର ଲୋକଙ୍କୁ ପାକିସ୍ତାନ ହତ୍ୟା କରିବା ସହ ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଘର ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍‌ କରି ବୋମା ପକାଇଛି। ସମସ୍ତ ରାଷ୍ଟ୍ର ପାକିସ୍ତାନର ଏଭଳି କାର୍ଯ୍ୟ ବିଷୟରେ ଅବଗତ ଥିବା ସତ୍ତ୍ୱେ କେହି ସ୍ବର ଉଠାଉନାହାନ୍ତି ବୋଲି ମାସୁଦ୍‌ କହିଛନ୍ତି।

Share