Categories: ଜାତୀୟ

ପାକିସ୍ତାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ…

ଶ୍ରୀନଗର, ୧୧।୮: ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତ-ପାକିସ୍ଥାନ ସୀମାରେ ଏହାର ଲଞ୍ଚପ୍ୟାଡ୍‌କୁ ପୁଣି ଥରେ ସକ୍ରିୟ କରାଯାଇଛି। ଏବଂ ପ୍ରାୟ ୨୫୦ ଆତଙ୍କବାଦୀ ଏହି ଲଞ୍ଚ ପ୍ୟାଡରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଜମ୍ମୁ-କଶ୍ମୀର ପୋଲିସର ସୂଚନାନୁସାରେ, ବିଭିନ୍ନ ଆତଙ୍କବାଦୀ ସଂଗଠନ ସହଯୋଗରେ ଆଇଏସଆଇ ଦ୍ୱାରା ଏହି ଲଞ୍ଚ ପ୍ୟାଡ ସକ୍ରିୟ କରାଯାଇଛି। ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ନିର୍ଦ୍ଦେଶରେ ଗାଜୱାତ ନାମକ ଏକ ସଂଗଠନ ମଧ୍ୟ ଗଠନ ହୋଇଛି।
ଦୀର୍ଘ ଦିନ ଧରି ପାକିସ୍ତାନ ଭାରତ ବିରୋଧରେ ଡ୍ରୋନ ଆକ୍ରମଣ ଷଡଯନ୍ତ୍ର କରିଆସୁଛି। ପାକିସ୍ତାନ ପଞ୍ଜାବ, ଜମ୍ମୁ-କଶ୍ମୀରକୁ ଡ୍ରୋନ ପଠାଉଛି। ପାକିସ୍ତାନ କାଶ୍ମୀରର ଭାରତୀୟ ସୀମା ନିକଟ ଶଙ୍କରଗଡ ଅଞ୍ଚଳରେ ଡ୍ରୋନ ଷଡଯନ୍ତ୍ରର ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିଛି। ଆଇଏସଆଇ ସହମତିରେ ଏକ ଆକ୍ରମଣ ବ୍ରିଗେଡ ମଧ୍ୟ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଜୁନ ୨୭ରେ ଜମ୍ମୁରେ ବାୟୁସେନା ଷ୍ଟେସନରେ ଡ୍ରୋନ ବିସ୍ଫୋରଣ ଘଟିଥିଲା। ସେବେଠାରୁ ପାକିସ୍ତାନ କ୍ରମାଗତ ଭାବରେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଡ୍ରୋନ ପଠାଉଛି। ଅଗଷ୍ଟ ୧୫ରେ ଭାରତ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚାଯାଇଛି।
ଭାରତ ବିରୋଧରେ ପାକିସ୍ତାନ ଫ୍ଲାଇଙ୍ଗ୍‌ ଆତଙ୍କବାଦର ଏକ ନୂଆ ମଡ୍ୟୁଲ ପ୍ରସ୍ତୁତ କରିଛି। ଅମୃତସରରୁ ସୀମା ନିକଟରେ ଡ୍ରୋନ ତଳକୁ ପଡ଼ିଥିବା ବ୍ୟାଗରୁ ଏହା ସ୍ବତଃ ପ୍ରତିପାଦିତ ହୋଇଛି। ପୋଲିସ ଏହି ସନ୍ଦେହଜନକ ବ୍ୟାଗରୁ ବ୍ୟାଗଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Share