Categories: ଜାତୀୟ

ପାକିସ୍ତାନର ଷଡ଼ଯନ୍ତ୍ର, ନୂଆ ଦଳ ଗଠନ ପାଇଁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୬।୧୨: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଭାରତରେ ଅନୁପ୍ରବେଶ ଏବଂ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଏକ ବୈଠକରେ ଆଇଏସଆଇ ନିର୍ଦ୍ଦେଶ ଦେଇଛି ଯେ ଜମ୍ମୁ-କଶ୍ମୀର ଏବଂ ଭାରତରେ ଆକ୍ରମଣ ପାଇଁ ନୂଆ ଦଳ ଗଠନ କରାଯାଉ। ଏହି ଦଳ ଭାରତରେ ଆକ୍ରମଣ ଲାଗି ଯୋଜନା ପ୍ରସ୍ତୁତ କରିବ। ଦାୟୀ ହେବା ଉଚିତ୍। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀମାନେ ଭାରତୀୟ ସୁରକ୍ଷା ବାହିନୀଙ୍କୁ ପଚରାଉଚରା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗତ ୧୫ ଦିନ ମଧ୍ୟରେ ନିହତ ହୋଇଥିବା ୧୨ଜଣ ଆତଙ୍କବାଦୀଙ୍କ ମଧ୍ୟରେ ବହୁ ବିଦେଶୀ ଆତଙ୍କବାଦୀଙ୍କ ସମେତ ଆତଙ୍କବାଦୀ କମାଣ୍ଡରମାନେ ମଧ୍ୟ ସାମିଲ ହୋଇଥିବାର ଦେଖିବାକୁ ମିଳିଛି।

ଉରି ଏବଂ ତଙ୍ଗଧାର ବାଟେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଇ ଦେବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ଏହି ସୂଚନା ପାଇବା ପରେ ଏଲ୍‌ ଓସିରେ ଭାରତୀୟ ସୁରକ୍ଷା ବାହିନୀଙ୍କୁ ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ ଉପରେ ନଜର ରଖିବାକୁ କୁହାଯାଇଛି। ଏହା ସହିତ ଏକ ହିଟ୍‌ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ସେହିପରି ଏଲ୍‌ଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share