ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ପ୍ୟାରିସ,୫ ।୩: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନସିୟାଲ ଟାସ୍କ ଫୋର୍ସ, ଏଫଏଟିଏଫ ଶୁକ୍ରବାର ବୈଠକର ଶେଷ ଦିନରେ ତା’ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି । ଏବେ ଗ୍ରେ ଲିଷ୍ଟରୁ ପାକିସ୍ତାନ ନାମ ହଟାଇ ଦିଆଯିବ ନାହିଁ ବୋଲି କୁହାଯାଇଛି । ଏହା ଜୁନ ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ । କୁହାଯାଇଛି କି ଅତିରିକ୍ତ ମାନଦଣ୍ଡ ଅନୁଯାୟୀ, ପାକିସ୍ତାନ ଏପର୍ଯ୍ୟନ୍ତ ଏହି ଲକ୍ଷ୍ୟକୁ ପୂରଣ କରିପାରି ନାହିଁ । ପାକିସ୍ତାନ ଜୁନ ୨୦୧୮ରୁ ଟେରର ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ସହ ଜଡିତ ସର୍ତ୍ତକୁ ପୂରଣ ନ କରିଥିବାରୁ ଏବେ ଏହି ଦେଶ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ରହିବ । ସୂଚନାଯୋଗ୍ୟ, ଏଫଏଟିଏଫ୍‌ର ଏହି ଚାରି ଦିନିଆ ବୈଠକ ମାର୍ଚ୍ଚ ପ୍ରଥମରୁ ଆରମ୍ଭ ହୋଇଥିଲା ।

Share