ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା। ବୁଧବାର କୋର୍ଟ ସେମାନଙ୍କ ପିଟିସନର ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ,ମେ ୯ରେ ହୋଇଥିବା ହିଂସା ଘଟଣାରେ ଇମ୍ରାନଙ୍କ ସହଯୋଗୀ ଶହରୟାର ଆଫ୍ରିଦି ଓ ଶାନ୍ତନା ଗୁଲଜାରଙ୍କୁ ଗିରଫ କରାଯାଇଥିଲା। ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା।

Share