କୁଳଭୂଷଣ ଯାଦବ ମାମଲା: ଏପ୍ରିଲ ୧୩ ସୁଦ୍ଧା ଓକିଲ ନିଯୁକ୍ତି ପାଇଁ ଭାରତକୁ କହିଲା ପାକିସ୍ତାନ

ଇସଲାମାବାଦ,୫ା୩: ପାକିସ୍ତାନୀ ହାଇକୋର୍ଟ  ଭାରତକୁ କୁଳଭୂଷଣ ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କହିଛନ୍ତି। ଗୁପ୍ତଚର ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ୱାରା ୫୧ ବର୍ଷୀୟ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। ତାଙ୍କୁ କନ୍‌ସୁଲାର ସୁବିଧା ଯୋଗାଇ ନ ଥିବାରୁ ଭାରତ ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ନିକଟରେ ପହଞ୍ଚି ଯାଦବଙ୍କ ଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲା।

ଉଭୟ ପକ୍ଷର ଶୁଣାଣି ପରେ ହେଗ୍‌ସ୍ଥିତ ଆଇସିଜେ ଜୁଲାଇ ୨୦୧୯ରେ ଏକ ନିଷ୍ପତ୍ତି ନେଇ ପାକିସ୍ତାନକୁ ଯାଦବଙ୍କୁ ଭାରତର କନସୁଲାର ସୁବିଧା ପ୍ରଦାନ କରିବା ସହ ତାଙ୍କ ଦଣ୍ଡର ସମୀକ୍ଷା କରିବାକୁ କହିଛି। ଇସଲାମାବାଦ ହାଇକୋର୍ଟ ଅଗଷ୍ଟ ୨୦୨୦ରେ ପ୍ରଧାନ ବିଚାରପତି ଅଥର ମୀନାଲାହା, ଜଷ୍ଟିସ ଆମିର ଫାରୁକ ଏବଂ ଜଷ୍ଟିସ ମିଆଙ୍ଗୁଲ ହାସନ ଔରଙ୍ଗଜେବଙ୍କ ତିନିଜଣିଆ ବୃହତ ବେଞ୍ଚ୍‌ ଗଠନ କରିଥିଲେ। ଯାହାକି କୁଳଭୂଷଣଙ୍କ ପାଇଁ ପାକିସ୍ତାନରୁ ଓକିଲ ନିଯୁକ୍ତ କରିବାକୁ ଭାରତକୁ ବାରମ୍ବାର କହିଥିଲା। ଏବେ ଯାଦବଙ୍କ ପାଇଁ ଜଣେ ଭାରତୀୟ ଓକିଲ ନିଯୁକ୍ତ କରିବାକୁ ପାକିସ୍ତାନ ଚାହୁଁଛି, ଯାହାକୁ ଅନୁମୋଦନ କରାଯିବା ଉଚିତ୍‌।

Share