Categories: ଖେଳ

ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଉପରେ ମୋହର ଲଗାଇଲା ପାକିସ୍ତାନ, ଆଇସିସି ସହିତ ପିସିବି କଲା ଏଗ୍ରିମେଣ୍ଟ

ନୂଆଦିଲ୍ଲୀ,୧୬।୧୨: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଚୁକ୍ତି କରି ଏହା ଉପରେ ଏକ ଦୃଢ଼ ମୋହର ଲଗାଇଛି। ଏହାପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ ୨୦୨୩ ଆୟୋଜନ କରିଥିଲା, କିନ୍ତୁ ଏହା ହାଇବ୍ରିଡ ଫର୍ମରେ ଖେଳାଯାଇଥିଲା । ଚାମ୍ପିୟନ୍ସ ଟ୍ରଫି ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପରିଚାଳନା କମିଟିର ଅଧ୍ୟକ୍ଷ ଜାକା ଆଶ୍ରାଫ ଗତ ଶୁକ୍ରବାର ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।

ପିସିବି ଚେୟାରମ୍ୟାନ ଦୁବାଇର ଆଇସିସି ମୁଖ୍ୟାଳୟରେ ଜେନେରାଲ ମ୍ୟାନେଜର ଜୋନାଥନ ହଲ୍‌ଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ପିସିବି ଏକ ପେସ୍‌ ରିଲିଜ୍‌ ମାଧ୍ୟମରେ ଏହି ଚୁକ୍ତିନାମା ବିଷୟରେ ସୂଚନା ଦେଇଛି। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାକୁ ଆଇସିସି ସହିତ ଏକ ସରକାରୀ ଚୁକ୍ତିନାମା ସ୍ବାାକ୍ଷର କରିଛି।

Share