Categories: ଖେଳ

କ୍ଷୋଭ ପ୍ରକାଶ କଲେ ଏହି କ୍ରିକେଟର: କହିଲେ ‘ଧୋନୀଙ୍କ ଯୋଗୁ କୋହଲି ଆଜି ଶୀର୍ଷରେ, ହେଲେ…’

ଲାହୋର,୨୫।୬: ପାକିସ୍ତାନ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଅହମ୍ମଦ ଶାହାଜାଦ ନିଜ ଦେଶର ବରିଷ୍ଠ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କାରଣରୁ ବିରାଟ କୋହଲି ଆଜି ଶିଖରରେ ପହଞ୍ଚିଛନ୍ତି। ହେଲେ ପାକିସ୍ତାନ ଟିମ୍‌ରେ ବରିଷ୍ଠ ଖେଳାଳିମାନେ ଅନ୍ୟ କାହାର ସଫଳତା ବରଦାସ୍ତ କରୁନାହାନ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ପାକିସ୍ତାନରେ ଶାହାଜାଦଙ୍କ ତୁଳନା ବିରାଟ କୋହଲିଙ୍କ ସହ କରାଯାଉଥିଲା। ୨୦୧୬ରେ ତାଙ୍କ ସହ ଉମରାନ ଅକମଲଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ସେତେବେଳେ କୋଚ୍‌ ଥିବା ଓ୍ବାକର ୟୁନିସ ପିସିବିକୁ ଉଭୟଙ୍କ ବିରୋଧରେ ଭୁଲ ରିପୋର୍ଟ ଦେଇଥିଲେ ବୋଲି ଶାହାଜାଦ ଦାବି କରିଛନ୍ତି। ଏହାକୁ ନେଇ ସେ ପାକିସ୍ତାନର ବରିଷ୍ଠ ଖେଳାଳିମାନଙ୍କୁ ଦୁନିଆରେ କାହାର ବି ସଫଳତା ବରଦାସ୍ତ ହୁଏନା ବୋଲି ସେ କହିଛନ୍ତି।

Share