ଇସଲାମାବାଦ,୧୧।୩ : ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର ହେବାରେ ଲାଗିଛି। ସଙ୍କଟର ପ୍ରଭାବ ସେନା ଉପରେ ମଧ୍ୟ ଅନୁଭୁତ ହେବା ଆରମ୍ଭ କରିଛି। ପ୍ରତିବର୍ଷ ମାର୍ଚ୍ଚ ୨୩ ରେ ପାକିସ୍ତାନର ରାଷ୍ଟ୍ରୀୟ ଦିବସ ପରେଡକୁ ସୀମିତ କରିବାକୁ ପାକିସ୍ତାନ ସେନା ନିଷ୍ପତ୍ତି ନେଇଛି।
ଅନ୍ୟପକ୍ଷରେ, ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ଆଇଏମଏଫର ସ୍ଥଗିତ ଋଣ ପ୍ୟାକେଜ ଉପରେ ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସଙ୍କଟକୁ ଦୂର କରିବାର ଏକ ଉପାୟ ଭାବରେ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅର୍ଥନୈତିକ ସଙ୍କଟ ଯୋଗୁଁ ରାଷ୍ଟ୍ରୀୟ ଦିବସରେ ପରେଡ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶାକର ପାରିଆ ପରେଡ ଗ୍ରାଉଣ୍ଡରେ ପରେଡ ଅନୁଷ୍ଠିତ ହେଉଥିଲା। ୧୯୪୦ର ଲାହୋର ରିଜୋଲ୍ୟୁଶନକୁ ସ୍ମରଣ କରିବା ପାଇଁ ପାକିସ୍ତାନ ରାଷ୍ଟ୍ରୀୟ ଦିବସ ପାଳନ କରାଯାଇଥାଏ। ଏଥିରେ ପାକିସ୍ତାନର ସେନା ନିଜର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଦକ୍ଷତା ପ୍ରଦର୍ଶନ କରିଥାଏ।