ଇସଲାମାବାଦ,୨୨।୭: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ଖାୱଜା ଆସିଫ କହିଛନ୍ତି ଯେ, ଦଳର ସର୍ବୋଚ୍ଚ ନେତା ନୱାଜ ଶରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।
ନ୍ୟୁଜ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନୱାଜ ଶରିଫ କେବଳ ଫେରିବେ ନାହିଁ ବରଂ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମଧ୍ୟ ହେବେ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନୱାଜ ଶରିଫଙ୍କ ଅଯୋଗ୍ୟତାକୁ ଗୁରୁତର ଅନ୍ୟାୟ ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ଉଚିତ୍ ବୋଲି କହିଛନ୍ତି। ସେ କହିଛନ୍ତି, ପିଏମଏଲ-ଏନ ବିରୋଧୀ ବିବେଚିତ ଆଇନଜୀବୀ ତଥା ଆଇନ ବିଶେଷଜ୍ଞମାନେ ମଧ୍ୟ ଏହି ନିଷ୍ପତ୍ତି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।