ଭାରତ ଆସିବେ ନାହିଁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ, ୨୬।୪: ଭାରତରେ ଅନୁଷ୍ଠିତ ଥିବା ଏସ୍‌ସିଓ ବୈଠକରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆଶିଫ ସାମିଲ ହେବେ ନାହିଁ। ଏସ୍‌ସିଓର ଏହି ବୈଠକ ୨୭-୨୮ ଏପ୍ରିଲରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ଭାରତ ସମସ୍ତ ଏସ୍‌ସିଓ ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିଲା।

ପାକିସ୍ତାନର ଖବରକାଗଜ ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ପାକିସ୍ତାନୀ ମନ୍ତ୍ରୀ ଖୱାଜା ଆଶିଫ ଫିଜିକାଲି ଯୋଗ ଦେଇପାରିବେ ନାହିଁ। ତେବେ ସେ ଭର୍ଚୁଆଲରେ ବୈଠକରେ ସାମିଲ ହେବା ନେଇ କୁହାଯାଉଛି।

Share