ଇମ୍ରାନଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଶହବାଜ ସରକାର!

ଇସଲାମାବାଦ,୧୩।୬: ପାକିସ୍ତାନର ନାଶନାଲ ଆସେମ୍ଲି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପାର୍ଟିକୁ ଝଟକା ଦେଇ ଏକ ପ୍ରସ୍ତାବ ପାସ କରାଇଛନ୍ତି। ଏହି ପ୍ରସ୍ତାବରେ ମେ୯ରେ ହୋଇଥିବା ହିଂସାରେ ସାମିଲ ରାଜନୈତିକ ଦଳ ଓ ସେହି ଦଳର ନେତାଙ୍କ ବିରୋଧରେ କଡା ସେନା ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ନାଶନାଲ ଆସେମ୍ଲିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଲେଖାଯାଇଛି, ‘ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ପକ୍ଷରୁ ନିମ୍ନ ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା, ଯାହା ବହୁମତ ସାବ୍ୟସ୍ତ ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଏକ ରାଜନୈତିକ ଦଳ ଏବଂ ଏହାର ନେତାମାନେ ୯ମେରେ ସମସ୍ତ ସୀମା ଅତିକ୍ରମ କରି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଦେଶର ଅନୁଷ୍ଠାନ ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ଘଟାଇଥିଲେ।
ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନାମ ନ ନେଇ ଆଇନ ଏବଂ ସମ୍ବିଧାନ ଅନୁଯାୟୀ ସମସ୍ତ ଉପାଦାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହେବା ଉଚିତ ନୁହେଁ। ଏହାସହ ଏଥିରେ କୁହାଯାଇଛି ଯେ ସାମାଜିକ ବିରୋଧୀ ଉପାଦାନ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ମାନବିକ ଅଧିକାରର କୌଣସି ଉଲ୍ଲଂଘନ ହୋଇନାହିଁ।
ଏହି ରିଜୋଲ୍ୟୁସନରେ କୁହାଯାଇଛି ଯେ ସାମରିକ ସ୍ଥାପନା ଉପରେ ହୋଇଥିବା ଆକ୍ରମଣର ଜବାବରେ ସୈନ୍ୟବାହିନୀର ବିଶ୍ୱବ୍ୟାପୀ କାର୍ଯ୍ୟ କରିବାର ଅଧିକାର ଅଛି ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ପାକିସ୍ତାନୀ ସେନା ଅଧିନିୟମ ୧୯୫୨ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦଣ୍ଡିତ କରାଯିବା ଉଚିତ। ସୂଚନାଯୋଗ୍ୟ, ଯଦି ସେନା ଆଇନ ଅନୁଯାୟୀ ଇମ୍ରାନ ଖାନଙ୍କୁ ଦଣ୍ଡ ଦିଆଯାଏ, ତେବେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ।

Share