ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ ବୋଲି ପାକିସ୍ତାନ ଆଶା କରୁଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କଶ୍ମୀରକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଜମ୍ମୁ କଶ୍ମୀରରେ ଆର୍ଟିକିଲ ୩୭୦ ଏବଂ ୩୫ଏକୁ ପୁନଃକାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନ ଏବଂ ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମିଳିତ ମେଣ୍ଟ ସମାନ ଚିନ୍ତାଧାରାରେ ଅଛି।

ଜମ୍ମୁ କଶ୍ମୀରରେ ଧାରା ୩୭୦ ଏବଂ ୩୫ଏର ପୁନଃକାର୍ଯ୍ୟକାରୀକୁ ନେଇ କଂଗ୍ରେସ ଏଥର ନୀରବ ରହିଛି। କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଉଲ୍ଲେଖ କରିନାହିଁ। କିନ୍ତୁ ଗତକାଲି ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ ବିଷୟରେ କହିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା କହିଛନ୍ତି, ଶେଖ ଅବଦୁଲ୍ଲା ଏବଂ ନେହେରୁ ଜମ୍ମୁ କଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉଭୟ ଦଳ ନିର୍ବାଚନରେ କହୁଛନ୍ତି, ଯଦି ସେମାନଙ୍କ ସରକାର ଗଠନ ହୁଏ ତେବେ ସେମାନେ ଧାରା ୩୭୦ ଏବଂ ୩୫ଏକୁ ପୁନଃକାର୍ଯ୍ୟକାରୀ କରିବେ। ଜମ୍ମୁ କଶ୍ମୀରରେ ଉଭୟ ନ୍ୟାଶନାଲ କନଫରେନ୍ସ ଏବଂ କଂଗ୍ରେସର ମହତ୍ତ୍ୱପୂର୍ଣ ଉପସ୍ଥିତି ରହିଛି। ଆଶା କରୁଛି ସେମାନେ ମଧ୍ୟ କ୍ଷମତାକୁ ଆସିବେ, ସେମାନେ ଏହାକୁ ଏକ ନିର୍ବାଚନ ପ୍ରସଙ୍ଗ କରିଛନ୍ତି।

ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ମନିଫେଷ୍ଟୋରେ ଯେକୌଣସି ସ୍ଥାନରେ ଧାରା ୩୭୦ ଏବଂ ୩୫ଏର ପୁନରୁଦ୍ଧାର ପାଇଁ କୌଣସି ଦାବି ନାହିଁ। ବର୍ତ୍ତମାନ କଂଗ୍ରେସ କେବଳ ଜମ୍ମୁ କଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛି। ଅନ୍ୟପକ୍ଷରେ, କଂଗ୍ରେସର ସହଯୋଗୀ ନ୍ୟାଶନାଲ କନଫରେନ୍ସ ପାର୍ଟି ଧାରା ୩୭୦ ଏବଂ ୩୫ଏର ପୁନରୁଦ୍ଧାର ପାଇଁ ସ୍ବର ଉତ୍ତୋଳନ କରୁଛି। ଏହି ପ୍ରସଙ୍ଗରେ ଭାଜପା ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରୁଛନ୍ତି।

Share