ତୁର୍କୀ ସହାୟତାରେ ବାଧା ସୃଷ୍ଟି କଲା ପାକିସ୍ତାନ: ଭାରତକୁ ଦେଲାନି ଏୟାର ସ୍ପେସ୍‌

ଇସ୍‌ଲାମାବାଦ୍‌,୭।୨: ତୁର୍କୀକୁ ନିଜର ପ୍ରକୃତ ବନ୍ଧୁ ବୋଲି କହୁଥିବା ପାକିସ୍ତାନ ନିଜ ଛୋଟ ପ୍ରକୃତି ନିବୃତ୍ତ ହେଉ ନାହିଁ। ତୁର୍କୀରେ ଘଟିଥିବା ବିପର୍ଯ୍ୟୟ ଭୂକମ୍ପ ଯୋଗୁ ସମସ୍ତ ଦେଶ ସହାୟତାର ହାତ ବଢ଼ାଇବାକୁ ତତ୍ପର ଥିବା ବେଳେ ପାକିସ୍ତାନ ଏହାକୁ ନେଇ ଘୃଣ୍ୟ ରାଜନୀତି କରିବାକୁ ପଛାଉ ନାହିଁ। ପାକିସ୍ତାନ ନିଜର ପଡୋଶୀ ଦେଶ ଭାରତକୁ ତୁର୍କୀର ସହାୟତାରେ କରିବାରେ ବାଧା ସୃଷ୍ଟି କରୁଛି। ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟରକୁ ନିଜର ଏୟାର ସ୍ପେସ୍‌ ଦେବାକୁ ମନା କରିଦେଇଛି। ସୂଚନାଯୋଗ୍ୟ, ରବିବାର ବିଳମ୍ବ ରାତିରେ ତୁର୍କୀରେ ହୋଇଥିବା ଭୂକମ୍ପରେ ପ୍ରବଳ କମ୍ପନ ଯୋଗୁ ଦେଶରେ ବହୁ କ୍ଷତି ହୋଇଛି। ଭୂକମ୍ପରେ କମ୍ପନ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡିପଡିଛି। ସରକାରୀ ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ସହାୟତା ପାଇଁ ଭାରତରୁ ଏକ ସ୍ବତନ୍ତ୍ର ବିମାନ ସୋମବାର ରାତିରେ ବାହାରିଥିଲା। ମଙ୍ଗଳବାର ସକାଳ ୧୦ଟା ୩୦ରେ ଏହି ବିମାନ ତୁର୍କୀରେ ପହଞ୍ଚିଥିଲା।

Share