Categories: ଖେଳ

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ୧୮.୫ ଓଭରରେ ୭ ଉଇକେଟ ହରାଇ ୧୧ ରନ୍‌ କରିଥିଲା।
ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଶାହିନ୍‌ ଶାହ ଆଫ୍ରିଦି ଓ ମହମ୍ମଦ ଆମିର ଚମତ୍କାର ବୋଲିଂ କରିଥିଲେ। ଆୟର୍ଲାଣ୍ଡ ୩୨ ରନ୍‌ରେ ୬ ଉଇକେଟ ହରାଇଥିଲା। ତେବେ ଗେରାଥ୍‌ ଡେଲାନୀ ୩୧, ମାର୍କ ଆଡେର ୧୫ ଓ ଜୋଶୁଆ ଲିଟିଲ ୨୨* ରନ୍‌ର ଇନିଂସ ଖେଳିଥିଲେ। ଡେଲାନୀ ଓ ଆଡେର ସପ୍ତମ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ପାକିସ୍ତାନ ପକ୍ଷରୁ ଇମାଦ ଓ୍ବାସିମ ଓ ଶାହିନ୍‌ ଆଫ୍ରିଦି ୩ଟି ଲେଖାଏ, ମହମ୍ମଦ ଆମିର ୨ ଓ ହରିସ ରୌଫ୍‌ ଗୋଟିଏ ଉଇକେଟ ନେଇଥିଲେ। ୧୦୭ ରନ୍‌ ଜବାବରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୬୨ ରନ୍‌ରେ ଷଷ୍ଠ ଉଇକେଟର ପତନ ପରେ ବାବର ଆଜାମ ୩୨* ଓ ଆବ୍ବାସ ଆଫ୍ରିଦି ୧୭ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଆଡକୁ ଶାହିନ୍‌ ଆଫ୍ରିଦି ୫ ବଲରୁ ୧୩ ରନ କରି ଜିତାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରୀ ମାକାର୍ଥତ୍ ୩, କର୍ଟିସ୍‌ କାମ୍ଫର୨, ବେଞ୍ଜାମିନ ହ୍ବାଇଟ୍‌ ଓ ମାର୍କ ଆଡେର ଗୋଟିଏ ଉଇକେଟ ନେଇଥିଲେ।

Share