ବ୍ରିକ୍ସ ସମ୍ମିଳନୀରେ ମିଳିଲାନି ପାକିସ୍ତାନକୁ ଏଣ୍ଟ୍ରି

ଇସଲାମବାଦ,୨୬।୮: ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଛି। ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୪ରେ ବ୍ରିକ୍ସ ସମ୍ମିଳନୀ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ୬ଟି ନୂଆ ଦେଶ ଯୋଡି ହୋଇଥିଲେ କିନ୍ତୁ ପାକିସ୍ତାନକୁ ସାମିଲ କରାଯାଇ ନ ଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଥର ପାକିସ୍ତାନକୁ ଚାଇନା ଓ ଋଷିଆ ବ୍ରିକ୍ସରେ ଯୋଗଦେବାକୁ ସୁପାରିଶ କରିଥିଲେ। କିନ୍ତୁ ଭାରତ ବିରୋଧ କରିବାରୁ ପାକିସ୍ତାନକୁ ଅନ୍ତର୍ଭୁକ୍ତ ନ କରି ଅନ୍ୟ ଦେଶକୁ ସାମିଲ କରିଥିଲେ। ଏଥିରେ ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅଛି।

ଏନେଇ ପାକିସ୍ତାନ କହିଛି କି, ସେ ବ୍ରିକ୍ସରେ ଯୋଡି ହେବାକୁ ଆବେଦନ କରି ନାହିଁ। ଗତ କିଛି ବର୍ଷ ମଧ୍ୟରେ ବ୍ରିକ୍ସ ଅନେକ ଦେଶକୁ ସାମିଲ କରିବାକୁ ଘୋଷଣା କରିଥିଲେ ମଧ୍ୟ ଇସଲାମାବାଦକୁ ଅବହେଳା କରିଥିଲା। ତେଣୁ ଏଥିରେ ଯୋଗଦେବାକୁ ପାକିସ୍ତାନ ବିଶେଷ ଆଗ୍ରହୀ ନୁହେଁ ବୋଲି କହିଛି।

Share