Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ବିଫଳ: ପାକିସ୍ତାନ ଡ୍ରୋନ୍‌କୁ ଉଡାଇ ଦେଲା ବିଏସଏଫ

ଚଣ୍ଡିଗଡ,୨୦।୧୨: ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ ବିଫଳ କରିଛି ବିଏସଏଫ୍‌। ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଏହାକୁ ଗୁଳିମାଡ କରିଥିଲା। ଫଳରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଏହି ଡ୍ରୋନଟି ପାକିସ୍ତାନପଟୁ ଭାରତ ମୁହାଁ ହୋଇ ଗୁରୁଦାସପୁର ସେକ୍ଟରର କାସୋୱାଲ ସୀମା ଆଉଟପୋଷ୍ଟରେ ଠାବ କରାଯାଇଥିଲା। ଏହା ପରେ ବିଏସଏଫ ସଜାଗ ହୋଇଯାଇଥିଲା। ସୀମା ସୁରକ୍ଷାବାହିନୀ ଡ୍ରୋନର ଗତିବିଧି ଦେଖି ୫ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ପରେ ଡ୍ରୋନ ସୀମାର ପାକିସ୍ତାନ ପାର୍ଶ୍ୱକୁ ଫେରିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଥିଲା। ଇତି ମଧ୍ୟରେ ପଞ୍ଜାବର ଅନ୍ତର୍ଜାତୀୟ ସୀମା ନିକଟ ଡେରା ବାବା ନାନକ ଅଞ୍ଚଳରେ ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଯୁବକଙ୍କଠାରୁ ବିଏସଏଫ ଏକ ମୋବାଇଲ ଫୋନ ଏବଂ ପାକିସ୍ତାନୀ ମୁଦ୍ରା ଜବତ କରିଛି।

Share