Categories: ଜାତୀୟ

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ବିଏସଏଫ ଯବାନ

ଚଣ୍ଡିଗଡ,୯।୧୧: ପଞ୍ଜାବର ଫିରୋଜପୁରରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ଭାରତ-ପାକିସ୍ତାନ ସୀମା ନିକଟରେ ଆକାଶରେ ବୁଲୁଥିବା ପାକ ଡ୍ରୋନକୁ ତଳକୁ ଖସାଇଛନ୍ତି। ଡ୍ରୋନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଅନୁମାନ କରାଯାଉଛି ଯେ, ଡ୍ରୋନ ହେରୋଇନ କିମ୍ବା ଅସ୍ତ୍ରଶସ୍ତ୍ର ରଖି ଫେରୁଥିଲା। ଏବେ ଘଟଣାସ୍ଥଳରେ ବିଏସଏଫ ଏବଂ ପୋଲିସ ମିଳିତ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ଏହି ଘଟଣା ବିଏସଏଫ ଫିରୋଜେପୁର ସେକ୍ଟର ଅନ୍ତର୍ଗତ ସୀମାନ୍ତ ଗାଁ ଗାଣ୍ଡୁ କିଲଚା ଠାରୁ ଆସିଛି।
ବିଏସଏଫ ଅଧିକାରୀଙ୍କ ଅନୁଯାୟୀ, ବାଟାଲିଅନ-୧୩୬ କର୍ମଚାରୀ ସୀମା ନିକଟରେ ସୀମାରେ ପାଟ୍ରୋଲିଂ କରୁଥିଲେ। ସେମାନେ ଆକାଶରେ ବୁଲୁଥିବା ଡ୍ରୋନର ଶବ୍ଦ ଶୁଣିଥିଲେ। ପ୍ରାୟ ୧୦୦ ରାଉଣ୍ଡ ଗୁଳି ଚଳାଇବା ପରେ ଡ୍ରୋନଟି ତଳକୁ ଖସିଥିଲା। ସୂଚନା ପାଇବା ମାତ୍ରେ ବିଏସଏଫ କାର୍ଯ୍ୟନିର୍ବାହୀ ଡିଜି ଅଶୋକ କୁମାର, କମାଣ୍ଡାଣ୍ଟ ଡା ଏସ.କେ ସୋନକର, ଏସଏସପି ସୁରେନ୍ଦ୍ର ଲମ୍ବା, କମାଣ୍ଡାଣ୍ଟ ଅମରଜିତ ସିଂ ଏବଂ ଡେପୁଟି କମାଣ୍ଡାଣ୍ଟ ଗୁରୁପ୍ରୀତ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ।

 

Share