ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ

ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି କୁହାଯାଉଛି। ଏହି ଭୂକମ୍ପ ଶକ୍ତିଶାଳୀ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏଥିମଧ୍ୟରେ ଶକର ଗଡ, ଚିଚାବତନି, ସିୟାଲକୋଟ, ମଣ୍ଡି ବହାଉଦ୍ଦିନ, ରାୱଲପିଣ୍ଡି, ଝେଲମ, ହାଫିଜାବାଦ ଏବଂ ଜାଫରୱାଲ ରହିଛି।

Share