ଅବମାନନା ମାମଲାରେ ଇମ୍ରାନଙ୍କ ଉପରେ ଅଗଷ୍ଟ ୨ରେ ହେବ ଶୁଣାଣି, ହାଜର ହେବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଇସଲାମବାଦ,୩୦।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କୁ ଅବମାନନା ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଅଗଷ୍ଟ ୨ରେ ଏହି ମାମଲାର ଶୁଣାଣି ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ତଥା ତାଙ୍କ ଅନ୍ୟ ସହଯୋଗୀଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲାର ବିଚାର ପାଇଁ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି। ଗତ ବର୍ଷ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଇମ୍ରାନ ଖାନ, ପୂର୍ବତନ ପିଟିଆଇ ସାଧାରଣ ସଂପାଦକ ଅସଦ ଉମର ଏବଂ ପୂର୍ବତନ ବରିଷ୍ଠ ଉପସଭାପତି ଫବାଦ ଚୌଧୁରୀ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ଏକ ଅବମାନନା ମାମଲା ଦାୟର କରାଯାଇଥିଲା।

Share