Categories: ଫୁରସତ

ଭଗବାନ ଆମର ପ୍ରାର୍ଥନା ଶୁଣିଛନ୍ତି.. ଦୁଇ ଯାଆଁଳା ଭଉଣୀଙ୍କ କ୍ୟୁଟ୍‌ ଅନ୍ଦାଜ୍‌ ଦେଖି ଲୋକେ ଫିଦା…

କଶ୍ମୀରର ଉପତ୍ୟକା ଏବେ ଆହୁରି ସୁନ୍ଦର ଦେଖାଯାଉଛି। ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ତୁଷାରପାତକୁ ଉପଭୋଗ କରୁଛନ୍ତି। ଏହି ସମୟରେ ଜମ୍ମୁ କଶ୍ମୀରର କୋକେନ୍ରାଗ ଅଞ୍ଚଳର ଯାଆଁଳା ଭଉଣୀଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜାଇବା ଏବଂ ଜୈନାବ ନାମକ ଦୁଇ ଭଉଣୀ ବ୍ଲଗ କରୁଥିବା ଦେଖାଯାଉଛି।
ଜାଇବା ଏବଂ ଜୈନାବ ନର୍ସରୀ ଶ୍ରେଣୀରେ ଅଧ୍ୟୟନ କରନ୍ତି ଏବଂ ଉଭୟ ଭଉଣୀଙ୍କୁ ୬ ବର୍ଷ ବୟସ ହୋଇଥିଲା, କିନ୍ତୁ ସେମାନଙ୍କର କଥା କହିବା ଶୈଳି ଏପରି ଯେ ପ୍ରତ୍ୟେକ ଲୋକ ଫିଦା ହୋଇଯାଆନ୍ତି। ଭାଇରାଲ ଭିଡିଓରେ ଉଭୟ ଭଉଣୀ କହୁଛନ୍ତି ଯେ,ତୁଷାରପାତ ଉପଭୋଗ ପାଇଁ ଆମେ ସର୍ବଶକ୍ତିମାନ ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା କରିଥିଲୁ … ଆମର ପ୍ରାର୍ଥନା ଆଲ୍ଲାହା ଶୁଣିଛନ୍ତି।
ଭିଡିଓରେ ଉଭୟ ଯାଆଁଳା ଭଉଣୀ ବରଫରେ ଖେଳୁଥିବା ଏବଂ କଶ୍ମୀରରେ ତୁଷାରପାତ ବିଷୟରେ ମଧ୍ୟ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଭିଡିଓକୁ ବହୁତ ସୁନ୍ଦର ବୋଲି ବର୍ଣ୍ଣନା କରିଥିଲେ ଏବଂ ଝିଅମାନଙ୍କର ଆକର୍ଷଣୀୟ ଏବଂ ନିରୀହ ହସକୁ ପ୍ରଶଂସା କରିଥିଲେ।
ଉଭୟ ଭଉଣୀଙ୍କ ସ୍ବପ୍ନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବା। ମୋଦି କଶ୍ମୀରକୁ ଆସିବା ଉଚିତ ଏବଂ ଫଳରେ ତାଙ୍କୁ ଦୁଇ ଭଉଣୀ ଭେଟି ପାରିବେ।

Share