ପାକିସ୍ତାନ ସେନାର ପୋଲ ଖୋଲିଲେ ପୂର୍ବତନ ଆର୍ମି ଚିଫ

ଇସଲାମାବାଦ,୨୭।୪: ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ଖବରଦାତା ଦେଶର ପୂର୍ବତନ ଆର୍ମି ଚିଫ କମର ଜାଭେଦ ବାଜଓ୍ବାଙ୍କ ସମ୍ପର୍କରେ କହୁଛନ୍ତି। ସେମାନେ କହିଛନ୍ତି, ଜେନରାଲ ବାଜଓ୍ବା ଗୋଟିଏ ଥର ସ୍ବୀକାର କରିଥିଲେ କି ତାଙ୍କ ଦେଶର ସେନା ନିକଟରେ ଏମିତି ଟ୍ୟାଙ୍କ ନାହିଁ, ଯାହା ଭାରତ ବିରୋଧରେ ଯୁଦ୍ଧରେ ବ୍ୟବହାର କରାଯାଇ ପାରିବ।

ପାକିସ୍ତାନର ଦୁଇଜଣ ବରିଷ୍ଠ ଖବରଦାତା ହମିଦ ମିର ଓ ନସିମ ଜହରା ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ପୂର୍ବତନ ଆର୍ମି ଚିଫଙ୍କ ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି। ସେମାନେ କହିଛନ୍ତି ବାଜଓ୍ବା ଏକ ପ୍ରେସ କନଫରେନ୍ସରେ ୨୫ ଖବରଦାତାଙ୍କୁ କହିଥିଲେ କି ପାକିସ୍ତାନ ସେନା ନିକଟରେ ଥିବା ଟ୍ୟାଙ୍କରେ ଏତେ ଶକ୍ତି ନାହିଁ କି ଏହା ଭାରତ ସହ ଲଢିପାରିବ। ପାକିସ୍ତାନ ଖବରଦାତା କହୁଥିବା ଶୁଣାଯାଇଛି କି ପାକିସ୍ତାନ ସେନାଙ୍କ ଯିବା ଆସିବା ପାଇଁ କିଛି ଗାଡି ନାହିଁ ଓ ଯେଉଁ ଗାଡି ରହିଛି ସେଥିରେ ତେଲ ନାହିଁ।

Share