ଜାତିସଂଘରେ ପାକିସ୍ତାନ ମୁହଁ ପଡ଼ିଲା କଳା

ଜେନେଭା, ୩।୯: ଜାତିସଂଘରେ ପାକିସ୍ତାନର ମୁହଁ କଳା ପଡ଼ିଯାଇଛି। ୨ ଜଣ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ସୁରକ୍ଷା ପରିଷଦରେ ପାକିସ୍ତାନ କରିଥିବା ଦାବି ଖାରଜ ହୋଇଯାଇଛି। ଆମେରିକା, ବ୍ରିଟେନ୍‌ ସମେତ ଅନ୍ୟ ଦେଶ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏନେଇ ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୮ ମାସ ମଧ୍ୟରେ ଦ୍ୱିତୀୟ ଥର ଲାଗି ଭାରତ ସପକ୍ଷରେ ଏହି ନିଷ୍ପତ୍ତି ଯାଇଛି। ବର୍ଷ ଆରମ୍ଭରେ ପାକିସ୍ତାନ ଏହି ଦାବି କରିଥିଲା। ସେତେବେଳେ ମଧ୍ୟ ଏହା ଜାତିସଂଘ ସୁରକ୍ଷା ପରିଷଦରେ ଖାରଜ ହୋଇଯାଇଥିଲା। ଭାରତୀୟ ନାଗରିକ ଅଜୟ ମିସ୍ତ୍ରୀ ଏବଂ ବେଣୁ ମାଧବ ଡୋଗରାଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକିସ୍ତାନ ଦାବି କରିଥିଲା। ଦ୍ୱିତୀୟ ଥର ଲାଗି କାଟ ଖାଇଥିବା ତିରୁମୂର୍ତ୍ତି କହିଛନ୍ତି।

Share