Categories: ଖେଳ

ବୁମ୍‌ରାଙ୍କୁ ଉପହାର ଦେଲେ ପାକିସ୍ତାନ ଦ୍ରୁତ ବୋଲର୍‌

କଲମ୍ବୋ,୧୧।୯: ଲଗାତାର ବର୍ଷା ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ବ୍ୟାହତ କରିଛି। ବର୍ଷା ହେତୁ ଏଠାରେ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ସୁପର-୪ ମ୍ୟାଚ ରିଜର୍ଭ ଡେ’କୁ ସ୍ଥଗିତ ରଖିବାକୁ ପଡିଥିଲା। ଏଠାରେ ପ୍ରେମାଦାସା ଷ୍ଟାଡିୟମରେ ବର୍ଷା ହେତୁ ଖେଳ ବନ୍ଦ ହେବା ବେଳକୁ ଭାରତ ୨୪.୧ ଓଭରରେ ଦୁଇ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଆଜି ଅପରାହ୍ନ ୩ ଟାରୁ ମ୍ୟାଚ ଆରମ୍ଭ ହେବ।
ଯଦିଓ ଭାରତ ଏବଂ ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ ଭାବରେ ଖେଳନ୍ତି, କିନ୍ତୁ ଉଭୟ ଦେଶର କ୍ରିକେଟରମାନେ ପଡ଼ିଆ ବାହାରେ ପରସ୍ପର ଅତି ସାଧାରଣ ଭାବରେ ଭେଟ ହୁଅନ୍ତି। ନିକଟରେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁତ୍ର ସନ୍ତାନର ବାପା ହେବା ପରେ ପାକିସ୍ତାନ କ୍ରିକେଟର ଶାହିନ ଆଫ୍ରିଦି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ଉପହାର ଦେଇଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି।’

Share