ନୂଆ ସଂସଦରେ ‘ଅଖଣ୍ଡ ଭାରତ’ ଚିତ୍ରକୁ ନେଇ ଚିନ୍ତା ପ୍ରକଟ କଲା ପାକିସ୍ଥାନ, କହିଲା ବିସ୍ତାରବାଦୀ ବିଚାରଧାରା ରଖିଛି ଭାରତ

ଇସଲାମବାଦ,୨।୬: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେଆଉ ଏକ ବିବାଦ ମୁଣ୍ଡ ଟେକିଛି। ନୂଆ ସଂସଦକୁ ନିଜ ସରକାରୀ ମୁଖପାତ୍ର ‘ଗ୍ଲୋବାଲ ଟାଇମ୍ସ’ ମାଗାଜିନ୍‌ରେ ଚାଇନା ଏହାକୁ ପ୍ରଶଂସା କରିଛି। କିନ୍ତୁ ପଡୋଶୀ ଦେଶ ପାକିସ୍ଥାନ ଏବଂ ନେପାଳ ନୂଆ ସଂସଦ ଭବନରେ ଥିବା ‘ଅଖଣ୍ଡ ଭାରତ’ ଚିତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିରେ ନେପାଳ ଏବଂ ପାକିସ୍ତାନକୁ ଭାରତର ଅଂଶ ବୋଲି ଦର୍ଶାଯାଇଛି। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଭାରତର ବିସ୍ତାରବାଦୀ ବିଚାରଧାରା ବୋଲି କୁହାଯାଇଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି, ’ଅଖଣ୍ଡ ଭାରତ’ ଚିତ୍ରରେ ପାକିସ୍ତାନ ତଥା ଅନ୍ୟ ପଡୋଶୀ ଦେଶକୁ ଭାରତର ଅଂଶ ବୋଲି ଦର୍ଶଯାଇଛି। ଭାରତ ଖରାପ ଉଦ୍ଦେଶ୍ୟ ରଖିଛିି। ବଲୋଚ କହିଛନ୍ତି, ଏହା ଭାରତର ବିସ୍ତାରବାଦୀ ମାନସିକତାକୁ ପ୍ରକାଶ କରୁଛି। ‘ଅଖଣ୍ଡ ଭାରତ’ ଦର୍ଶାଇ ଭାଜପା ଧାର୍ମିକ ସଂଖ୍ୟାଲଘୁଙ୍କ ବିଚାରଧାର ଓ ସଂସ୍କୃତିକୁ ଦବାଇବାକୁୁ ଚାହୁଁଛି।
ସେ ଆହୁରି କହିଛନ୍ତି, ଭାରତ ବିସ୍ତାରବାଦୀ ବିଚାରଧାରରୁ ଦୂରେଇ ରୁହ ଏବଂ ପଡୋଶୀ ଦେଶ ସହ ବିବାଦର ସମାଧାନ କରୁ।

Share