Categories: ଜାତୀୟ

ଦାଉଦ-ହାଫିଜଙ୍କୁ ପ୍ରତ୍ୟାର୍ପଣ ନେଇ ପାକିସ୍ତାନୀ ଏଫଆଇଏ ପ୍ରମୁଖ ନୀରବ, ଜବାବ ଦେବାକୁ ମନାକଲେ…

ନୂଆଦିଲ୍ଲୀ,୧୮।୧୦ : ମଙ୍ଗଳବାର ଦିନ ପାକିସ୍ତାନର ସର୍ବୋଚ୍ଚ ଅନୁସନ୍ଧାନ ଏଜେନ୍ସି ମୁଖ୍ୟ ଅଣ୍ଡରୱାଲର୍‌ଡ ଡନ ଡାଉଡ ଇବ୍ରାହିମ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ଦିଲ୍ଲୀର ଇଣ୍ଟରପୋଲ ସାଧାରଣ ସଭାରେ ଯୋଗ ଦେଉଥିବା ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ)ର ମହାନିର୍ଦ୍ଦେଶକ ମୋହସିନ ବଟଙ୍କୁ ଅଣ୍ଡରୱାଲର୍‌ଡ ଡନ ଡାଉଡ ଇବ୍ରାହିମ ଏବଂ ଲଶ୍କର-ଏ-ତୋଇବା ମୁଖ୍ୟ ହାଫିଜ ସଇଦଙ୍କ ବିଷୟରେ ପଚରାଯାଇଥିଲା।

ତେବେ ସେ ଦାଉଦ ଏବଂ ହାଫିଜଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବେ କି? ପ୍ରଶ୍ନ ପଚରାଯିବା ନେଇ ନୀରବ ରହିଥିଲେ। ଏହା ସହିତ ଏହି ପ୍ରଶ୍ନର ଜବାବ ଦେବାକୁ ସେ ମନା କରିଛନ୍ତି।

Share