ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ବଡ ବୟାନ

ଇସଲାମାବାଦ,୨୮ ।୧: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଥିଲେ ବି ଏବେ ପର୍ଯ୍ୟନ୍ତ ତା’ର ମନ୍ତ୍ରୀଙ୍କର ବୟାନ ବାଜି ବନ୍ଦ ହେଉନାହିଁ । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଡାର ଧାର୍ମିକ କାର୍ଡ ଖେଳିଥିବା ଦେଖାଯାଇଛି । ଅର୍ଥମନ୍ତ୍ରୀ ଇଶାକ ଡାର ଶୁକ୍ରବାର କହିଛନ୍ତି, ପାକିସ୍ତାନ ଇସଲାମ ନାମରେ ସ୍ଥାପିତ ହୋଇଥିବା ଏକମାତ୍ର ଦେଶ ଆଉ ଏହାର ବିକାଶ ଓ ସମୃଦ୍ଧି ପାଇଁ ଆଲ୍ଲା ଦାୟୀ, କାରଣ ଏବେ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।
ଗ୍ରୀନ ଲାଇନ ଟ୍ରେନ ସେବାର ଉଦଘାଟନ ସମାରୋହରେ ସମ୍ବୋଧନ ଦେବା ସମୟରେ ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ବରିଷ୍ଠ ନେତା କହିଛନ୍ତି, ମୋତେ ସମ୍ପୂର୍ଣ୍ଣ ଭରସା ରହିଛିକି ପାକିସ୍ତାନ ପ୍ରଗତି କରିବ କାରଣ ଏହା ଇସଲାମ ନାମରେ ତିଆରି ହୋଇଛି । ଡାର କହିଛନ୍ତି, ଯଦି ଆଲ୍ଲା ପାକିସ୍ତାନ ତିଆରି କରିଛନ୍ତି, ତେବେ ସେ ଏହାର ରକ୍ଷା, ବିକାଶ ଓ ସମୃଦ୍ଧି ବି କରି ପାରିବେ । ଅର୍ଥମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନେତୃତ୍ୱରେ ପାକିସ୍ତାନର ସ୍ଥିତିକୁ ସୁଧାରିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଉଛି ।

Share