Categories: ଜାତୀୟ

ଭୋର୍‌ ସମୟରେ ମନକୋଟ ସେକ୍ଟରରେ ମୋର୍ଟାର ମାଡ଼ କଲା ପାକିସ୍ତାନ

ଶ୍ରୀନଗର, ୪।୧୦: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ରବିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭୋର ୩ଟା ୨୦ରେ ପୁଞ୍ଚ୍‌ ଜିଲାରୀ ମନକୋଟ ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ହଠାତ୍‌ ମୋର୍ଟାର ଶେଲିଂ ମାଡ଼ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା କଲୋନେଲ୍‌ ଦେବେନ୍ଦର ଆନନ୍ଦ ସୂଚନା ଦେଇଛନ୍ତି। ଏହାର ଜବାବରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷା ଦୃଷ୍ଟିରୁ ବଙ୍କରରେ ରଖାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୩ ହଜାର ୧୯୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨୪ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

Share