ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏସସିଓର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ବୈଠକ ଦୁଇଦିନ ପର୍ଯ୍ୟନ୍ତ ଚାଲିବ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ବିଲାଓ୍ବଲଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ବ୍ୟତୀତ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀଙ୍କର ୧୨ ବର୍ଷ ପରେ ଏହା ଭାରତ ଗସ୍ତ। ଏହା ପୂର୍ବରୁ ୨୦୧୧ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖାର ଭାରତ ଆସିଥିଲେ। ବିଲାଓ୍ବଲ ପାକିସ୍ତାନରୁ ଭାରତ ଆସିବା ପୂର୍ବରୁ ଟୁଇଟରରେ ଏକ ଭିଡିଓ ଜାରି କରିଥିଲେ, ଯେଉଁଥିରେ ସେ ଖୁବ ଉତ୍ସାହିତ ନଜର ଆସିଥିଲେ।
ବିଲାଓ୍ବଲ କହିଥିଲେ ମୁଁ ଆଜି ଭାରତ ଯାଉଛି, ସେଠାରେ ଏସସିଓର ବୈଠକରେ ଭାଗ ନେବି। ସେହି ବୈଠକରେ ସାମିଲ ହେବା ମୋ ନିଷ୍ପତ୍ତି କହୁଛି କି ପାକିସ୍ତାନ ଏସସିଓକୁ କେତେ ଗୁରୁତ୍ୱ ଦେଉଛି। ସେ କହିଥିଲେ, ମୁଁ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଚର୍ଚ୍ଚାକୁ ନେଇ ଉତ୍ସୁକ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri