ଚାଇନା ଗସ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସ୍‌ଲାମାବାଦ,୨୯।୩: ଅଫଗାନିସ୍ତାନ ଉପରେ ଅୟୋଜିତ ହେଉଥିବା ଏକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈଶି ମଙ୍ଗଳବାର ଚାଇନା ଅଭିମୁଖେ ଯାତ୍ରା କରିଛନ୍ତି। ଚାଇନା ରାଜ୍ୟ ପରାମର୍ଶଦାତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ନିମନ୍ତ୍ରଣରେ କୁରୈଶୀ ଏହି ଯାତ୍ରା କରିଥିବା ଜଣାପଡ଼ିଛି। ବୈଦେଶିକ କାର୍ଯ୍ୟାଳୟ(ଏଫ୍‌ଓ) ଅନୁସାରେ, ମାର୍ଚ୍ଚ ୨୯ରୁ ୩୧ ପର୍ଯ୍ୟନ୍ତ ଆଫଗାନିସ୍ତାନର ପଡୋଶୀ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ସାମିଲ ହେବା ବ୍ୟତୀତ କୁରୈଶୀ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ। ଏଥିସହ ଦେଶମାନଙ୍କ ସହକର୍ମୀଙ୍କ ସହ ଆଲୋଚନା କରିବେ ବୋଲି ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ଅଞ୍ଚଳଗୁଡ଼ିକରେ ଚିରସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ଉତ୍ସାହିତ କରିବା ଲାଗି ଆଫଗାନିସ୍ତାନ ଉପରେ ଆଞ୍ଚଳିକ ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ରୂପେ ପାକିସ୍ତାନ ସମର୍ଥନ କରୁଛି। ଏକ ଶାନ୍ତିପୂର୍ଣ୍ଣ, ସ୍ଥିର, ସାର୍ବଭୌମତ୍ୱ, ସମୃଦ୍ଧ ତଥା ସଂଯୁକ୍ତ ଆଫଗାନିସ୍ତାନର ସହଭାଗୀ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସମ୍ପ୍ରଦାୟର ପ୍ରୟାସକୁ ସମର୍ଥନ ଜାରି ରଖିବ ବୋଲି ଏଫ୍‌ଓ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଞ୍ଚଳିକ ଦୃଷ୍ଟିକୋଣକୁ ବିକଶିତ କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୨୦୨୧ରେ ପାକିସ୍ତାନ ପଡୋଶୀ ଦେଶ ଭାବେ ନିଜକୁ ଦର୍ଶାଇବା ଆରମ୍ଭ କରିଥିଲା। ୨୦୨୧ ସେପ୍ଟେମ୍ବର ୮ରେ ପଡୋଶୀ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକ ପାକିସ୍ତାନ ଆୟୋଜନ କରିଥିଲା।

Share