କଶ୍ମୀର ସମସ୍ୟାର ସମାଧାନ ବିନା ଦକ୍ଷିଣ ଏସିଆରେ ଶାନ୍ତି ଅସମ୍ଭବ: ପାକିସ୍ତାନ

ଇସଲାମାବାଦ,୧୩ ।୧୦: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶି ପୁଣିଥରେ କଶ୍ମୀରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ମଙ୍ଗଳବାର କୁରୈଶି କାଜାକିସ୍ତାନରେ ଏକ ବହୁପାକ୍ଷିକ ବୈଠକରେ କଶ୍ମୀର ପ୍ରସଙ୍ଗକୁ ଉଠାଇ କହିଛନ୍ତି ଭାରତ ସହ କଶ୍ମୀର ସମସ୍ୟାର ସମାଧାନ ବିନା ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ସମ୍ଭବ ନୁହେଁ । କୁରୈଶି ଭିଡିଓ କନଫରେନସିଂ ମାଧ୍ୟମରେ ଏସିଆକୁ ନେଇ କଥାବାର୍ତ୍ତା ଓ ବିଶ୍ୱାସ ନିର୍ମାଣ ଉପାୟ(ସିଆଇସିଏ)ର ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରି ଏହି ଟିପ୍ପଣି ଦେଇଛନ୍ତି ।

Share