ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୩ା୭-ମହାମାରୀ କରୋନା ସାରାବିଶ୍ୱରେ କାୟାବିସ୍ତାର କରିଚାଲିଛି। ତେବେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ଆଜି ଅପରାହ୍ନରେ ଜ୍ୱର ହେବା ଭଳି ଅନୁଭବ କରିଥିଲି। ଏହାପରେ ମୁଁ ହୋମ କ୍ୱାରାଣ୍ଟାଇନ ରହିଥିଲି। ଏବେ ମୁଁ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛି। ଘରେ ରହି ମୁଁ କାମ କରିବି। ଏହି ମହାମାରୀରୁ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ ବୋଲି କ୍ୟୁରେସି କହିଛନ୍ତି।

Share