ୟୁଏଇ ନକ୍ସାରେ ପିଓକେକୁ ଭାରତର ଅଂଶ ଭାବେ ଦର୍ଶାଇବା ଉପରେ ପାକିସ୍ତାନ ନାରାଜ

ଇସଲାମାବାଦ, ୧୬।୯: ୟୁଏଇ ମନ୍ତ୍ରୀ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରରେ ଏକ ଭିଡିଓ କ୍ଲିପ ଶେୟାର କରିବା ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି, ଯେଉଁଥିରେ ପୂରା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଉଥିବା ଏକ ମାନଚିତ୍ର ଜାରି ହୋଇଛି। ମାନଚିତ୍ରରେ ଗିଲଗିଟ୍‌ ବାଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ସାମିଲ, ଯାହା ଉପରେ ପାକିସ୍ତାନର ପ୍ରଶାସନିକ ନିୟନ୍ତ୍ରଣ ରହିଛି।

ୟୁଏଇ ମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ ଜାୟଦ ଅଲ ନହୟାନଙ୍କ ଦ୍ୱାରା ଜାରି କରାଯାଇଥିବା ମାନଚିତ୍ର ବିଷୟରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜହରା ବାଲୋଚ କହିଛନ୍ତି ଯେ, ମାନଚିତ୍ରରେ ସମଗ୍ର ଜମ୍ମୁ-କଶ୍ମୀର ଭାରତର ଅଂଶ ଭାବେ ଦର୍ଶାଉଥିବା ମ୍ୟାପ୍‌ ଆଇନଗତ ଭାବରେ ଭୁଲ ଅଟେ। ଆମେ ଆଶା କରୁଛୁ ଅନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଦିଆଯିବ। ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ସମ୍ପର୍କରେ ପାକିସ୍ତାନ କହିଛି ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆମେ ମନ୍ତବ୍ୟ ଦେବାର ସ୍ଥିତିରେ ରହିବୁ।

Share