ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ପରେ ହେବ କି ଗୃହଯୁଦ୍ଧ ? ଗୃହ ମନ୍ତ୍ରଣାଳୟର ଚେତାବନୀ ଦୂରେଇ ରୁହନ୍ତୁ ସରକାରୀ କର୍ମଚାରୀ

ଇସଲାମାବାଦ,୨୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇସଲାମାବାଦ ପର୍ଯ୍ୟନ୍ତ ଲଙ୍ଗ ମାର୍ଚ୍ଚକୁ ନେଇ ଗୋଟିଏ ପଟେ ଫୌଜ ଅସୁବିଧାରେ ପଡି ଯାଉଛନ୍ତି ତ ଅନ୍ୟପଟେ ସରକାର ଏହାକୁ ନେଇ ହଡବଡେଇ ଯାଉଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ଠାରୁ ସରକାରୀ କର୍ମଚାରୀଙ୍କୁ ଦୂରେଇ ରହିବାକୁ କହିଛନ୍ତି । ଆଉ ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଆବଶ୍ୟକ ପଡେ ତେବେ ଇମ୍ରାନଙ୍କୁ ଗିରଫ ବି କରାଯାଇପାରେ । ଏହି କଥାକୁ ନେଇ ପାକିସ୍ତାନର ଶହବାଜ ଶରିଫ ସରକାର ମନା ବି କରିପାରୁ ନାହାନ୍ତି । ବିଶେଷ ସୂତ୍ରର ଆଉ ଏକ ସୂଚନା ଅନୁଯାୟୀ, ଇମ୍ରାନଙ୍କ ବର୍ତ୍ତମାନର ଚାଲିଚଳନକୁ ନେଇ ସେନା ବି ଖୁସି ନାହିଁ ।
ନିକଟରେ ଇମ୍ରାନ ଖାଁଙ୍କୁ ନିର୍ବାଚନ କମିଶନଙ୍କଠାରୁ ଝଟକା ଲାଗିଥିଲା । ଏହାପରେ ବି ସେ ଲଗାତାର ଭାବେ ନିର୍ବାଚନ କରିବାକୁ ଦାବି କରି ଆସୁଥିଲେ । ଏହାକୁ ନେଇ ଶୁକ୍ରବାର ଇମ୍ରାନ ‘ହକିକି ଆଜାଦି ମାର୍ଚ୍ଚ’ ଆରମ୍ଭ କରିବାକୁ ଯାଉଛନ୍ତିି । ଏହାଦ୍ୱାରା ସରକାରଙ୍କୁ ନ୍ୟାଶନାଲ ଆସେମ୍ଲିକୁ ଭାଙ୍ଗି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବାକୁ ବାଧ୍ୟ କରାଯାଇପାରେ । ଇମ୍ରାନଙ୍କ ହକିକି ଆଜଦି ମାର୍ଚ୍ଚରେ ଇମ୍ରାନଙ୍କ ସହ ଶହ ଶହ ସମର୍ଥକ ଉପସ୍ଥିତ ରହିବେ । ଇମ୍ରାନଙ୍କ ଏହି ଲଙ୍ଗ ମାର୍ଚ୍ଚ ଲାହୋରର ଲିବର୍ଟି ଚୌକରୁ ଆରମ୍ଭ ହୋଇ ଇସଲାମାବାଦରେ ପହଞ୍ଚିବ । ଏହି ମାର୍ଚ୍ଚର ଠିକ୍ ପୂର୍ବରୁ ଇସଲାମାବାଦରେ ବହୁ ସଂଖ୍ୟାରେ ସେନା ଉପସ୍ଥିତ ରହିବେ । ଏହାକୁ ନେଇ ଅନୁମାନ କରାଯାଉଛିକି ଗୃହ ଯୁଦ୍ଧର ଆଶଙ୍କା ବଢି ଯାଇଛି ।

 

Share