ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ସୋମବାର କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ପାକିସ୍ତାନୀ କୋର୍ଟ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ବିରୋଧରେ ହୋଇଥିବା ହତ୍ୟା ମାମଲାକୁ ଖାରଜ କରିଦେଇଛନ୍ତି। ଇମ୍ରାନ୍‌ ଖାନଙ୍କ ଓକିଲ ଲତିଫ ଖୋସା ଏକ୍ସ (ପୂର୍ବରୁ ଟୁଇଟ)ରେ ଏହି ଖବର ବିଷୟରେ ସୂଚନା ଦେଇଛନ୍ତି।

Share