ଜେଲରେ ଇମ୍ରାନ୍‌ଙ୍କୁ ଦିଆଯାଉଛି ବିଷ! ଗୁରୁତର ଅଭିଯୋଗ ଲଗାଇଲା ପିଟିଆଇ

ଇସଲାମାବାଦ,୧୪।୮: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ତୋଶାଖାନା ମାମଲାରେ ଅଟକ ଜେଲରେ ଅଛନ୍ତି। ତାଙ୍କୁ ଅଟକ ଜେଲର ସି ବର୍ଗରେ ରଖାଯାଇଛି। ସାଧାରଣ କଏଦୀମାନଙ୍କୁ ମଧ୍ୟ ଏହି ବର୍ଗରେ ରଖାଯାଏ। ଏହି ସମୟରେ, ରବିବାର ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର କୋର କମିଟି ଦଳର ସଭାପତି ଇମ୍ରାନ୍‌ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବିଳମ୍ବକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି।

ପାକିସ୍ତାନୀ ଖବରକାଗଜ ଦ ଟ୍ରିବ୍ୟୁନ ଅନୁଯାୟୀ ପିଟିଆଇ ଦାବି କରିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଜେଲରେ ଥିବା ସମୟରେ ତାଙ୍କୁ ସ୍ଲୋ ପଇଜନ ଦେଇ ଏକ ଭୟାଭୟ ରଣନୀତିର ଶିକାର କରାଯାଇପାରେ। ଦଳ ଅଭିଯୋଗ କରିଛି ଯେ, ଇମ୍ରାନ୍‌ ଖାନଙ୍କୁ ଘରୁ ଖାଦ୍ୟ ଏବଂ ଜଳ ଅର୍ଡର କରିବାର ଅଧିକାରରୁ ବଞ୍ଚିତ କରାଯାଇଛି, ଯାହାଫଳରେ ତାଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ନେଇ ଚିନ୍ତା ବଢାଇଦେଇଛି।

Share