ଫେରୁଛନ୍ତି ନଓ୍ବାଜ: ଲାହୋରରେ ଆଲର୍ଟ ଜାରି

ଇସଲାମବାଦ,୨୦।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶନିବାର ପାକିସ୍ତାନ ଫେରୁଛନ୍ତି। ବ୍ରିଟେନରେ ୪ବର୍ଷ ରହିବା ପରେ ସେ ସ୍ବଦେଶକୁ ଫେରିବେ। ପାକିସ୍ତାନରେ ୩ ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶର ଶୁଣାଣି ହୋଇଥିଲା। ତେବେ ଦୀର୍ଘଦିନ ପରେ ଶନିବାର ନଓ୍ବାଜ ପାକିସ୍ତାନ ଫେରୁଛନ୍ତି।

ନୱାଜ ବ୍ରିଟେନରେ ଚାରି ବର୍ଷ ରହିଥିଲେ। ବର୍ତ୍ତମାନ ସେ ବ୍ରିଟେନରୁ ଦୁବାଇରେ ପହଞ୍ଚିଛନ୍ତି। ଏହାପରେ ଶନିବାର ପାକିସ୍ତାନରେ ପହଞ୍ଚିବେ। ପାକିସ୍ତାନରେ ପହଞ୍ଚିବା ପରେ ସେ ଏକ ରାଲିରେ ଯୋଗଦେବେ। ପରେ ସାରେ ଲାହୋରର ମିନାର-ଇ-ପାକିସ୍ତାନରେ ଏକ ବିଶାଳ ରାଜନୈତିକ ସମାବେଶରେ ଉଦ୍‌ବୋଧନ ଦେବାର ବ୍ୟବସ୍ଥା ହୋଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନଓ୍ବାଜ ପ୍ରଧାନମନ୍ତ୍ରୀ ପଦରେ ଲଢିବାର ସମ୍ଭାବନା ରହିଛି। ତାଙ୍କ ଲାହୋର ଗସ୍ତକୁ ନେଇ ପାକିସ୍ତାନର ପୋଲିସ ଠାରୁ ପ୍ରଶାସନ ଆଲଟର୍ର୍ ମୋଡରେ ଅଛନ୍ତି। ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପାକିସ୍ତାନୀ ଖବରକାଗଜ ଡନ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ଏଜେନ୍ସି ତାଙ୍କ ଗସ୍ତରେ କିଛି ବିପଦ ଥିବା ନେଇ ଗୃହ ବିଭାଗକୁ ଓ ପୋଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ନୱାଜଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଞ୍ଜାବ ପୋଲିସକୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି।

 

Share