ଝିଅ ମ୍ୟାରିଅମକୁ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଲେ ନଓ୍ବାଜ ସରିଫ

ଇସଲାମବାଦ,୨୨।୧୦: ପାକିସ୍ତାନର ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସ୍ବଦେଶକୁ ଫେରିବା ପରେ ଲାହୋରରେ ପ୍ରଥମେ ରାଜନୈତିକ ସମାବେଶରେ ଯୋଗ ଦେଇଛନ୍ତି। ଆଗାମୀ ପାକିସ୍ତାନ ନିର୍ବାଚନରେ ସେ ନିଜ ଦଳ ମୁସଲିମ ଲିଗ୍‌ ପକ୍ଷରୁ ଲଢିବେ। ପୁଣି ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବା ଉଦ୍ଦେଶ୍ୟରେ ସେ ପାକିସ୍ତାନୀଙ୍କ ବିଶ୍ୱାସ ଗୋଟାଇବାରେ ଲାଗିପଡିଛନ୍ତି।

ବ୍ରିଟେନରେ ଚାରି ବର୍ଷର ନିର୍ବାସିତ ଜୀବନ ଅତିବାହିତ କରିବା ପରେ ପାକିସ୍ତାନକୁ ଫେରିଛନ୍ତି ନଓ୍ବାଜ। ପରେ ଶନିବାର ସାରେ ମିନାର-ଇ-ପାକିସ୍ତାନରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ନିଜ ଝିଅ ମ୍ୟାରିଅମଙ୍କୁ ରାଜନୈତିକ ଉତ୍ତରାଧିକାରୀ କରିବାକୁ ସଙ୍କେତ ଦେଇଥିଲେ। ସଭାରେ ସେ କହିଥିଲେ ଯେ, ମୁଁ ଏହି ମାଟିର ପୁଅ ଏବଂ ମ୍ୟାରିଅମ ଏହି ମାଟିର ଝିଇ। କିଛି ଅଧିକାରୀ ଝିଅକୁ ଗିରଫ କରିବାକୁ ଆସିଥିଲେ। ମୋ ଝିଅର ଜୀବନ ପ୍ରତି ବିପଦ ଥିଲା। କିନ୍ତୁ ସେ ସେମାନଙ୍କୁ ସାହାସର ସହ ସାମ୍ନା କରିଥିଲା।

ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ଆହୁରି କହିଛନ୍ତ, ଯେତେବେଳେ ବି ମୋତେ ପାକିସ୍ତାନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ସୁଯୋଗ ଦିଆଯାଏ, ମୁଁ ବିଶ୍ୱସ୍ତତା ସହ ଦେଶ ସେବା କରିଆସୁଛି। ଆଉ ବର୍ତ୍ତମାନ ବି ମୁ ଯେକୌଣସି ପ୍ରକାର ବଳିଦାନ ଦେବାକୁ ରାଜି।

Share