ପାକିସ୍ତାନ ନ୍ୟାଶନାଲ ଆସେମ୍ଲିର ନୂଆ ସ୍ପିକର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ପରଭେଜ ଅଶରଫ

ଇସଲାମାବାଦ,୧୬ ।୪: ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ପରଭେଜ ଅଶରଫଙ୍କୁ ନ୍ୟାଶନାଲ ଆସେମ୍ଲିର ନୂଆ ସ୍ପିକର ନିର୍ବାଚିତ କରାଯାଇଛି । ସେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । କାରଣ ସ୍ପିକର ପଦ ପାଇଁ ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ଦାଖଲ କରି ନ ଥିଲେ । ସୂଚନାଯୋଗ୍ୟ, ଏପ୍ରିଲ ୩ରେ ନ୍ୟାଶନାଲ ଆସେମ୍ଲିର ତତ୍‌କାଳୀନ ସ୍ପିକର ଅସଦ କୈସର ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଥିଲା । ଅନ୍ୟପଟେ ପାକିସ୍ତାନ ରାଜନୀତିରେ ଚାଲିଥିବା ଟଣାଭିଡା ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପଦରୁ ହଟାଇ ବିରାଧି ଶହବାଜ ଶରିଫଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।

Share