ଜେଲରେ ଇମ୍ରାନ୍‌ଙ୍କୁ ମିଳିବ ଉଚ୍ଚସ୍ତରୀୟ ସୁରକ୍ଷା

ଇସଲାମାବାଦ,୨୫।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ପଞ୍ଜାବ ପ୍ରଦେଶର ଅଟକ ଜେଲରୁ ରାୱଲପିଣ୍ଡିର ଗୈରିଶନ ସହରର ଉଚ୍ଚ-ସୁରକ୍ଷା ଆଦିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ ସୋମବାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ ତେହେରିକ-ଇ-ଇସଲାମ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହାଇ-ସୁରକ୍ଷା ଆଦିଆଲା ଜେଲରେ ରଖିବା ପାଇଁ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟର ପ୍ରଧାନ ବିଚାରପତି ଇମ୍ରାନ୍‌ ଖାନଙ୍କୁ ଅଟକ ଜେଲରୁ ରାୱାଲପିଣ୍ଡିର ଆଦିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୋଶାଖାନା ଦୁର୍ନୀତି ମାମଲାରେ ୭୦ ବର୍ଷିୟ ଇମ୍ରାନ୍‌ ଖାନଙ୍କୁ ଅଗଷ୍ଟ ୫ ତାରିଖରୁ ଅଟକ ଜେଲରେ ରଖାଯାଇଛି। ଯଦିଓ ଇସଲାମାବାଦ ହାଇକୋର୍ଟ ତାଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି, ତଥାପି ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌ ମାମଲାରେ ତାଙ୍କୁ ଅଟକ ଜେଲରେ ରଖାଯାଇଛି।

Share