୨୦ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

କରାଚୀ,୧୯।୬: କରାଚୀ ଜେଲରେ ବନ୍ଦୀଥିବା ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ରବିବାର ମୁକ୍ତ କରିଛି। ସେମାନେ ବେଆଇନ ଭାବେ ପାକ୍‌ ଜଳସୀମାରେ ପଶି ମାଛ ମାରୁଥିବା ଅଭିଯୋଗ ରହିଥିଲା। ୨୦୧୮ ଜୁନ୍‌ରେ ଗିରଫ ପରେ ସେମାନଙ୍କୁ ୫ ବର୍ଷ ହେଲା ଜେଲରେ ରଖାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦୀଥିବା ୨୦ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଥିବା ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ମହମ୍ମଦ ଇର୍ସାଦ ସୂଚନା ଦେଇଛନ୍ତି। ସେମାନଙ୍କୁ ଓ୍ବାଘା ବର୍ଡର ନିକଟକୁ ପଠାଯାଇଛି।

Share