Categories: ଜାତୀୟ

ସୀମାଙ୍କୁ ବଡ ଠକ ବୋଲି କହିଲେ ପାକିସ୍ତାନୀ ବନ୍ଧୁ, ଭାଇରାଲ ଭିଡିଓରେ କଲେ ଏଭଳି ଖୁଲାସା

ନୂଆଦିଲ୍ଲୀ, ୧୬। ୭: ପ୍ରେମ ପାଇଁ ପାକିସ୍ତାନରୁ ୪ ପିଲାଙ୍କୁ ସାଙ୍ଗରେ ନେଇ ଆସିଥିବା ସୀମା ହାଇଦର ଆଜିକାଲି ଚର୍ଚ୍ଚାରେ। ଗ୍ରେଟର ନୋଏଡା ଅଞ୍ଚଳରେ ପ୍ରେମିକ ସଚିନଙ୍କ ସହ ରହୁଥିବା ସୀମା ଙ୍କୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏବେ ଜଣେ ପାକିସ୍ତାନ ମହିଳାଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯୁବତୀ ନିଜକୁ ସୀମାଙ୍କ ବନ୍ଧୁ ବୋଲି କହିବା ସହ ତାଙ୍କୁ ଠକ ବୋଲି କହୁଛନ୍ତି।

ଯୁବତୀ କହିଛନ୍ତି, ସୀମା ଜଣେ ଧୋକାବାଜ ଝିଅ। ପାକିସ୍ତାନର ହିନ୍ଦୁ ଏବଂ ମୁସଲମାନଙ୍କ ସହ ସେ ଧୋକା ଦେଇଛନ୍ତି। ଭାରତର ଯୁବକଙ୍କ ଲାଗି ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଆବଶ୍ୟକ ପଡିଲେ ସେ ଖ୍ରିଷ୍ଟିଆନ୍ ମଧ୍ୟ ହୋଇଯିବେ। ତାଙ୍କର ଅନେକ ପ୍ରେମିକ ଅଛନ୍ତି। ଏବେ ସେ ଯାହା କରୁଛନ୍ତି ତାହା ଡ୍ରାମା। କ୍ରିକେଟ ଦେଖିବାକୁ ଯାଉଥିବା କହି ସେ ଧର୍ମ ବଦଳାଇ ସାରିଲେଣି। ସଚିନ ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି।

Share